ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଆଗାମୀ ନିର୍ବାଚନ ପରିପ୍ରେକ୍ଷିରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ଅଧିନ କୟଳପଡା, ଇନ୍ଦ୍ରାଣୀପାଟଣା, ବାଣିପଦା, ଆଗ୍ରାହାଟ ଓ ନଖରା ଆଦି ୫ଟି ପଞ୍ଚାୟତରେ ଜନତା ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଗ୍ରାହାଟ କଲ୍ୟାଣମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ଆସନ୍ତା ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳରେ ନିଷ୍ଠାପର ଭାବେ କାର୍ଯ୍ୟକରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଜନସାଧାରଣଙ୍କ ପାଖରେ ପହଂଚାଇବା ସହ ବିଜୁ ଜନତା ଦଳର ତୃଣ ମୂଳ ସ୍ତରରୁ ମଜଭୁତ କରିବା ନିମନ୍ତେ ଉପସ୍ଥିତ ଦଳୀୟ ନେତା ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବିଧାୟକ ସୌଭିକ୍‍ ବିଶ୍ୱାଳ, ଚୈାଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, ଟାଙ୍ଗୀ-ଚୈାଦ୍ୱାର ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ଉପାଧ୍ୟକ୍ଷା ଜାନକୀ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଶ୍ରଧର ରାଉଳ, କଟକ ନଗର କମିଟିର ଇଂ ସୁବ୍ରତ ଘଡାଇ, ତାପସ ମହାନ୍ତି, ଗଣେଶ ଚନ୍ଦ୍ର ରାଉତ, ସମିତି ସଭ୍ୟ ଅଭିଳାଷ ସାହୁ, ସରପଂଚ ରଶ୍ମି ରଂଜନ ପ୍ରଧାନ, ନରହରି ଦେହୁରୀ, ସମିତି ସଭ୍ୟ ସନ୍ତୋଷ ଦେହୁରୀ, ଇନ୍ଦ୍ରାଣୀପାଟଣା ସରପଂଚ – ସରୋଜ ପ୍ରଧାନ, ସମିତି ସଭ୍ୟ ମୋହନ ସାହୁ, ବାଣିପଦା ସରପଂଚ ଜୋସ୍ନାରାଣି ସୁବୁଦ୍ଧିରାୟ, ସମିତି ସଭ୍ୟା କଳ୍ପନା ରାଉତ, ଅଗ୍ରାହାଟ ଗ୍ରା.ପ.ର ସଭାପତି ସରୋଜକାନ୍ତ ବରାଳ, ଜିଲ୍ଲା ପରିଷଦ ପୂର୍ବତନ ସଦସ୍ୟ ମନୋରଂଜନ ସ୍ୱାଇଁ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର, ଯୁବ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Comments are closed.