କ୍ୟାଚ୍‍ ଟ୍ରଷ୍ଟର ଉଦ୍ଧାର କାର୍ଯ୍ୟ

ଚୌଦ୍ୱାର: ଗତ ମଙ୍ଗଳବାର ଓ ବୁଧବାର ଅନୁଷ୍ଠିତ ବର୍ଷା ଓ ପବନ ସମୟରେ ଅସୁରକ୍ଷିତ ଘରଗୁଡ଼ିକରେ ରହିଥିବା ଲୋକମାନଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ୟଚ୍‍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଉଦ୍ଧାର କରାଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା ବୀଣାପାଣି ଦାସଙ୍କ ତତ୍ୱାବଧାନରେ କୁଳମଣୀ ଦାସ, ପ୍ରମୋଦ ସାହୁ, କିଶୋର ସୋନି, ଆଦିତ୍ୟ ଦାସ, ସେକ୍‍ ହସିମ୍‍, ଅଭୟ କୁମାର ଷଢ଼ଙ୍ଗୀ ପ୍ରମୁଖ ସଦସ୍ୟ ମଙ୍ଗୁଳି ଛକ ସମେତ ବିଭିନ୍ନ ତଳିଆ ବସ୍ତିର ଲୋକମାନଙ୍କୁ ଆଣି ପୌରପାଳିକାର ଅସ୍ଥାୟୀ ଆଶ୍ର୍ରୟସ୍ଥଳ ଗୁଡ଼ିକରେ ଛାଡ଼ିବା ସହିତ ଖାଦ୍ୟ ବଷ୍ଟନରେ ସହଯୋଗ କରିଥିଲେ।

ଏଥି ସହିତ ଟ୍ରଷ୍ଟର ସଦସ୍ୟମାନେ ଭିଭିନ୍ନ ଭାଗରେ ବିଭକ୍ତ ହୋଇ ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ପ୍ରତିଷ୍ଠାତା ବୀଣାପାଣି ସୂଚନା ଦେଇଛନ୍ତି।

Comments are closed.