ଚିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ : ରେକୁଟିଆ ଏକାଦଶ ଚମ୍ପିଅନ୍

କେଶଦୁରାପାଳ : ଚିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଚିତ୍ରୀକୁ ହରାଇ ରେକୁଟିଆ ଏକାଦଶ ଚମ୍ପିଅନ୍ ହୋଇଥିବା ଜଣାପଡ଼ିଛି । ଚିତ୍ରୀ ପକ୍ଷରୁ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଚିତ୍ରୀ ଓ ରେକୁଟିଆ  ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚିତ୍ରୀକୁ ହରାଇ ରେକୁଟିଆ ଏକାଦଶ ଚମ୍ପିଅନ୍ ହୋଇଛି । ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କ ସ ମିଲର ଏମ୍ ଡି ବାହାଳିଆ ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ରେକୁଟିଆ ଏକାଦଶ ଚମ୍ପିଅନ୍  ଦଳକୁ ୫୦୦୦ ଓ ରନସ୍  ଦଳକୁ ୩୦୦୦  ନଗଦ ଟଙ୍କା  ସହିତ ଗ୍ରଫି ପ୍ରଦାନ କରିଥିଲେ । ଉକ୍ତ ମ୍ୟାଚରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ମ୍ୟାଚରେ ଟସ୍ ରେ ରେକୁଟିଆ ଏକାଦଶ  ବ୍ୟାଙ୍ଗି କରି ୧୨ ଓଭରରେ ୭ ୱକେଟ ହରାଇ ୮୭ ରନ୍  ସଂଗ୍ରହ କରିଥିଲା । ଜବାବରେ ଚିତ୍ରୀ  ୧୧ ଓଭରରେ ୬୦ ରନ୍ ସଂଗ୍ରହ କରି ସମସ୍ତ ୱକେଟ୍ ହରାଇଥିଲା । ଏହି ମ୍ୟାଚରେ ଅମ୍ପାୟାର ଭାବେ ବାଦଲ ନାୟକ ଓ ବାପି ନାୟକ ପରିଚାଳନା କରୁଥିବାବେଳେ ରାଜା ମଲିକ-ବୋଧିରାମ ପ୍ରଧାନ, ଆଲୋକ ଜେନା, ଅଭିବେହେରା  ପ୍ରମୁଖ ସହଯୋଗ କରିଥିଲେ । ରେକୁଟିଆ  ଏକାଦଶର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏହି ସଫଳତା ପାଇଁ ରଂଜନ କୁମାର ଜେନା, ମନ ରଂଜନ ଜେନା, ଅଭିମନ୍ୟୁ ଜେନା, ସନ୍ତୋଷ ଜେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.