୨୫ କ୍ବିଣ୍ଟାଲ୍‌ ଗଞ୍ଜେଇ ସହ ଟ୍ରକ୍ ଜବତ କଲା ଚିତ୍ରକୋଣ୍ଡା ପୁଲିସ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଇସାର ଛକ ପଟରୁ ଏକ ରାଜସ୍ଥାନ ଗାଡି ନମ୍ବର RJ-05 GR 6095 ଥିବା ଭାରିବାହି ଟ୍ରକ ଭିତରେ ଅନ୍ତରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଖବର ପାଇ ସଦଳବଳେ ମାଲବାହି ଟ୍ରକ ପାଖରେ ପହଞ୍ଚିଥିଲେ।

 

ପୁଲିସ ପହଞ୍ଚିବା ପୂର୍ବରୁ ଟ୍ରକକୁ ନେଇ ଯାଉଥିବା ଅଭିଯୁକ୍ତମାନେ ମାଲବାହି ଟ୍ରକଟିକୁ ସେଠାରେ ଛାଡ଼ିଦେଇଥିଲେ ଏବଂ ଡ୍ରାଇଭର ଓ ହେଲ୍‌ପର୍‌ ସେଠାରୁ ଫେରାର ହୋଇ ଯାଇଥିଲେ। ଚିତ୍ରକୋଣ୍ଡା ପୁଲିସ ଆଖ ପାଖ ଅଞ୍ଚଳରେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ପାଇ ନଥିଲେ। ସେମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ବୋଲି ପୁଲିସ ସୂଚନା ଦେଇଛି। ତେବେ ମାଲବାହି ଟ୍ରକଟିକୁ ଚିତ୍ରକୋଣ୍ଡା ପୁଲିସ ଦ୍ବରା ଜବତ କରି ଖାନ ତଲାସୀ କରାଯାଇଥିଲା। ସେହି ମାଲବାହି ଗାଡି ଭିତରୁ ୨୫ ବ୍ୟାଗ ଗଞ୍ଜେଇ ରହିଥିଲା, ଯାହାକି ଆଠ କୁଇଣ୍ଟାଲ ବୋଲି ଜଣାପଡିଥିଲା। ଉଭୟ ଟ୍ରକ ସହ ଗଞ୍ଜେଇ ଜବତ କରାଯାଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Comments are closed.