ଚିଟଫଣ୍ଡ କମ୍ପାନୀ ଏମଡି ଗିରଫ

ବ୍ରହ୍ମପୁର: ଓଡ଼ିଶା, ସୁରତ, ଛତିଶଗଡ଼ର ଶତାଧିକ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିନ ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମଡ଼ି) ଧୀରେନ ସ୍ୱାଇଁଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି । ମାର୍ଚ୍ଚ ୨୦୧୮ରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସମେତ ଛତିଶଗଡ଼ର ଏକ ଥାନାରେ କମ୍ପାନୀ ନାଁ ରେ ଠକେଇ ଅଭିଯୋଗ ହୋଇଥିଲା । ଧୀରେନ ୫୦୦ ରୁ ଉର୍ଦ୍ଧ୍ବ ଜମାକାରୀଙ୍କ ୬୮ ଲକ୍ଷ ଠକିବା ପରେ କମ୍ପାନୀ ବନ୍ଦ କରି ଦେଇଥିଲେ । ପୂର୍ବରୁ ଧୀରେନଙ୍କୁ ଛତିଶଗଡ଼ ପୁଲିସ ଗିରଫ କରି ସେଠାକାର ଏକ ଜେଲକୁ ପଠାଇଥିଲା । ହେଲେ ଜାମିନ ମିଳିବାପରେ ଧୀରେନ କେଉଁ ଆଡେ ଫେରାର ହୋଇଯାଇଥିଲା । ବୈଦ୍ୟନାଥପୁର ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଉଦ୍ୟମ ଜାରି ରଖିଥିଲା । କିଛି ଦିମ ତଳେ ସେ ବ୍ରହ୍ମପୁର ଆସିଥିବା ବେଳେ ଆଜି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଧୀରେନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ କହିଛନ୍ତି ।

Comments are closed.