ଚିରାମରୁ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବାଙ୍କୀ(ଡମପଡ଼ା): ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ପଂଚାୟତ ଅଧିନ ଚିରାମାରୁ ଖେଳପଡିଆଠାରେ ଚଳିତ ବର୍ଷର ସି.ପି.ଏଲ୍‌-୨୦୨୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ରହ୍ମପୁରା ଗ୍ରାମପଂଚାୟତର ସରପଂଚ ସଂଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ‌କୁ ଉଦଘାଟନ କରିଥିବା ବେଳେ ପ୍ରଥମ ଦିବସରେ ଏନ୍‌.ପି.ସି କ୍ରିକେଟ୍ ଟିମ୍ ଏବଂ ଗେଡିଆପଲ୍ଲି କ୍ରିକେଟ୍ ଟିମ୍ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ଟସ୍ ଜିତି ଗେଡିଆପଲ୍ଲୀ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୮୮ ରନ୍ କରିଥିବା ବେଳେ ଜବାବରେ ବିଜୟ ରନର ପିଛା କରି ଏନ୍‌.ପି.ସି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୬୪ ରନ୍ କରି ପରାଜୟ ବରଣ କରିଥିଲା। ପ୍ରକାଶ କୁମାର ବେହେରା ଏବଂ କୃଷ୍ଣ ଚନ୍ଦ୍ର ବେହେରା ମ୍ୟାଚ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରଜବନ୍ଧୁ ବେହେରା, ସର୍ବେଶ୍ୱର ବେହେରା ଯୋଗଦେଇ କ୍ରିଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ସି.ପି.ଏଲ୍ ତରଫରୁ କୋଭିଡ -୧୯ କଟକଣା ଅନୁଯାୟୀ ମ୍ୟାଚ ଆୟୋଜନ କରାଯାଇଥିଲା।

Comments are closed.