ପୁଣି ଚୀନର ଅନୁପ୍ରବେଶ ; ଭାରତ ସୀମାରୁ ଚୀନ୍ ସୈନିକ କାବୁ

ନୂଆଦିଲ୍ଲୀ : ପୁନର୍ବାର ଲଦାଖରେ ଚୀନର ଜଣେ ସୈନିକ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ  ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି। ଅଟକ ରଖି ପଚରାଉଚରା ଜାରି ରହିଛି। ରାସ୍ତା ଭୁଲି ଭାରତ ସୀମାରେ ବୁଲୁଥିବା ଅଟକ ଚୀନ ସୈନିକ ନିଜ ବୟାନ କହିଛି। ଏହି ଘଟଣା ଗତକାଲିର ବୋଲି ଜଣାପଡିଛି।


ସୂଚନାଯୋଗ୍ୟ, ଗତ ବର୍ଷ ଜୁନରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ପରେ ଉଭୟ ଦେଶ ପକ୍ଷରୁ ସୀମାରେ ସୁରକ୍ଷାକର୍ମୀ ମୁତୟନକୁ କଡାକଡି କରାଯାଇଛି।

Comments are closed.