ଚୀନ୍ ଛାତ୍ରଛାତ୍ରୀ ସବୁଠୁ ଆଗୁଆ

ନିକଟରେ ବିଶ୍ବସ୍ତରୀୟ ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଚୀନ୍‌‌ ଦେଶର ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସବୁଠୁ ଆଗୁଆ। ପ୍ରଦୂଷଣ ଓ ଲୋକସଂଖ୍ୟା ପାଇଁ ଚର୍ଚ୍ଚାରେ ଥିବା ଏଇ ରାଷ୍ଟ୍ର ଏବେ ଅନ୍ୟ ଏକ କ୍ଷେତ୍ରରେ ମଧ୍ୟ ଶୀର୍ଷରେ ଥିବା ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୭୯ଟି ରାଷ୍ଟ୍ରର ୬ଲକ୍ଷ ଛାତ୍ରଛାତ୍ରୀ ଗବେଷଣାରେ ସାମିଲ ହୋଇଥିଲେ। ଗବେଷକଙ୍କ ମତ ଯେ ଆମେରିକା ଓ ଭାରତରେ ପିଲାଙ୍କ ପାଠପଢ଼ା ନିମନ୍ତେ ଅଭିଭାବକମାନେ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଭାରତରେ ଧନିକ ଗୋଷ୍ଠୀ ପିଲାଙ୍କ ପାଠପଢ଼ା ପାଇଁ ସବୁଠୁ ନାମୀ ଅନୁଷ୍ଠାନରେ ଭର୍ତ୍ତି କରୁଥିବାବେଳେ ମଧ୍ୟବିତ୍ତ ଓ ଗରିବ ଘରର ପିଲାମାନେ କିନ୍ତୁ ନିଜ ଚେଷ୍ଟାରେ ହିଁ ସଫଳ ହୋଇଥାନ୍ତି। ଚୀନ୍‌‌ରେ ମଧ୍ୟ ସମାନ ପରିସ୍ଥିତି। ଆର୍ଥିକ ସ୍ବଚ୍ଛଳ ନଥିବା ଘରର ପିଲାମାନେ ହିଁ ପାଠପଢ଼ାରେ ଅଧିକ ଭଲ ପ୍ରଦର୍ଶନ କରିଥାନ୍ତି। ଗଣିତ ଓ ବିଜ୍ଞାନରେ ଚୀନ୍ ଛାତ୍ରଛାତ୍ରୀ ୧ ନମ୍ବର ସ୍ଥାନରେ ରହୁଥିବାର ଦେଖାଯାଉଛି।

Comments are closed.