ଚୀନ୍ରୁ ବେଙ୍ଗାଲୁରୁ ଫେରିଥିବା ବ୍ୟକ୍ତି କରୋନା ଆକ୍ରାନ୍ତ – ଏହା ସହ ୧୨ ଯାତ୍ରୀଙ୍କୁ କୋଭିଡ୍ ସଂକ୍ରମଣ ହୋଇଥିବା ସୂଚନା

ବେଙ୍ଗାଲୁରୁ- ବେଙ୍ଗାଲୁରୁକୁ କୋଭିଡ୍ ବ୍ୟାପିଥିବା ଦେଶରୁ ଆସିଥିବା ୧୨ ଜଣ ଯାତ୍ରୀ କରୋନା ସଂକ୍ରମତି ଥିବା ଜଣା ପଡିଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଚୀନ୍ ଫେରନ୍ତା ରହିଛନ୍ତି ।
ଚୀନ୍ରୁ ଫେରିଥିବା ବ୍ୟକ୍ତିଙ୍କ ବୟସ ୩୭ ବର୍ଷ । ତାଙ୍କ ଘର ଉତ୍ତରପ୍ରଦେଶରେ । ଏହି୧୨ ଜଣ କୋଭିଡ୍ ସଂକ୍ରମିତଙ୍କୁ ଏକ ବେସରକାରୀ ଡାକ୍ତରଖାନାରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଭାଇରୋଲଜିଙ୍କୁ ଏମାନଙ୍କ ସ୍ୱାବ ନମୁନା ପଠାଯାଇଛି ।
କର୍ଣ୍ଣାଟକରେ କୋଭିଡ୍ କଟକଣା କଡାକଡି କରାଯାଇଛି । ମଙ୍ଗଳବାରରେ କୋଭିଡ୍ କଟକଣା ପାଳନ ବିଷୟରେ ନୂତନ ନିର୍ଦେଶାବଳି ଆସିପାରେ ବୋଲି କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର୍ . ଆଶୋକ ସୂଚନା ଦେଇଛନ୍ତି।
Comments are closed.