ଚୀନର ପ୍ରତିକ୍ରିୟା, ଚାପ ପ୍ରୟୋଗ ନ କରୁ ଆମେରିକା

ବେଜିଙ୍ଗ: ପାକିସ୍ଥାନୀ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦ ମୁଖ୍ୟ ମାସୁଦ ଆଜାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟାରେ ଚୀନ ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ମାମଲା ଏବେ ବୁଝାମଣା ସ୍ଥରକୁ ଅଗ୍ରସର ହେଉଥିବା ଚୀନ କହିଛି। ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ପକ୍ଷରୁ ଚାପ ପ୍ରୟୋଗ ନେଇ ଚୀନ କହିଛି ଯେ, ସେହି ତିନି ଦେଶ ମାସୁଦ ଘଟଣାରେ ନିଜ ନିଜର ପକ୍ଷ ରଖି ପାରିବେ କିନ୍ତୁ କୌଣସି ପ୍ରକାର ଚାପ ପ୍ରୟୋଗ କରିପାରିବେ ନାହିଁ।

ଏହି ମାମଲାରେ ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ ଫାଙ୍ଗ କହିଛନ୍ତି, ଚୀନ ପ୍ରଥମରୁ ହିଁ ଫ୍ରାନ୍ସ, ବ୍ରିଟେନ ଓ ଆମେରିକାର ଆହ୍ୱାନକୁ ପ୍ରତ୍ୟାଖାନ କରିସାରିଛି। ସେ କହିଛନ୍ତି ଯେ ମାସୁଦ ମାମଲାରେ ଚୀନର ଅଭିମୁଖ୍ୟର କୌଣସି ପରିବର୍ତ୍ତନ ହୋଇନାହିଁ। ଆଲୋଚନା ମାଧ୍ୟମରେ ଏହି ମାମଲାର ଶୀଘ୍ର ସମାଧାନ ଉପରେ ଚୀନ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

Comments are closed.