ଚୀନ ସେନା ଆଗକୁ ଆସିଲେ ଗୁଳି ଚଳାଇବାକୁ ଭାରତୀୟ ସେନାକୁ ନିର୍ଦେଶ

ନୂଆଦିଲ୍ଲୀ: ଯଦି ଚୀନ ସେନା ଭାରତୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ଓ ଆଗକୁ ବଢ଼ିବାକୁ ଉଦ୍ୟମ କରନ୍ତି ତେବେ ଭାରତୀୟ ସେନା ସେମାନଂକ ଉପରେ ଗୁଳି ଚଳାଇ ପାରନ୍ତି । ଭାରତୀୟ ସେନାର ଜଣେ ଶୀର୍ଷ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ହିନ୍ଦୁ ସହ ସାକ୍ଷାତକାରରେ ଏହି ଅଧିକାରୀ କହିଛନ୍ତି ଯେ ଚୀନକୁ ଆମେ ସ୍ପଷ୍ଟ ସନ୍ଦେଶ ଦେଇଛୁ; ଯଦି ଚୀନ ସେନା ଆମ ନିକଟକୁ ଅଗ୍ରସର ହେବାକୁ ଚେଷ୍ଟା କରିବେ ତେବେ ଆମ ସେନାକୁ ଆତ୍ମରକ୍ଷା ନିମନ୍ତେ ଗୁଳି ଚଳାଇବାକୁ ଅଧିକାର ଦିଆଯାଇଛି । ଏହା ସହ ଏ କଥା ମଧ୍ୟ ଚୀନକୁ କୁହାଯାଇଛି ଯେ ଯେହେତୁ ଚୀନ ସେନା ପ୍ରଥମେ ସୀମା ଅଞ୍ଚଳରେ ପ୍ରବେଶ କରିଛନ୍ତି, ତେଣୁ ପ୍ରଥମେ ସେମାନଂକୁ ପଛକୁ ଫେରିବାକୁ ପଡ଼ିବ ବୋଲି ଏହି ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟଯେ ାରତ ଓ ଚୀନ ମଧ୍ୟରେ ୬ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ସୀମା ପରିସ୍ଥିତିରେ ବିଶେଷ ଉନ୍ନତି ଆସିନାହିଁ । ତେବେ ଦୁଇ ଦେଶ ସୀମାକୁ ଅଧିକ ସେନା ନ ପଠାଇବାକୁ ସହମତ ହୋଇଛନ୍ତି ।

Comments are closed.