ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚୀନ

ବେଜିଂ : ଚୀନ ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନ ବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଦି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚୀନ ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚୀନ ୨୦୦୭ରେ ପାକିସ୍ତାନକୁ ଜେଏଫ-୧୭ର ପ୍ରଥମ ବ୍ୟାଚ୍‍ ପ୍ରଦାନ କରିଥିଲା। ସେବେଠାରୁ ପାକିସ୍ତାନ ବାୟୁ ସେନା ଏଫ-୧୭ ଯୁଦ୍ଧ ବିମାନକୁ ବ୍ୟବହାର କରି ଆସୁଛି।
ପ୍ରାୟ ଏକ ଦଶକ ପରେ ଚୀନ ଜେଏଫ-୧୭ରେ ଆବଶ୍ୟକ ମରାମତି ଓ ଅପଗ୍ରେଡେସନ କାର୍ଯ୍ୟ କରିଛି। ୨୦୧୭ ନଭେମ୍ବରରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଚୀନ ଓ ପାକିସ୍ତାନ ମଧ୍ୟରେ ୨୦୧୬ରେ ଏକ ଚୁକ୍ତି ହୋଇଥିଲା। ଏଫ-୧୭ ଏକ ବହୁମୁଖୀ ଯୁଦ୍ଧ ବିମାନ। ମରାମତି ଓ ଅପଗ୍ରେଡେସନ ପରେ ଏହା ଅଧିକ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଏହି ବିମାନ ସାମିଲ ହେବା ପରେ ପାକିସ୍ତାନ ବାୟୁ ସେନା ଅଧିକ ମଜଭୁତ ହୋଇଛି।

Comments are closed.