ଭୋକିଲା ସିଂହ ଛୁଆକୁ ସିମ୍ପାଞ୍ଜି ପିଆଇଲା କ୍ଷୀର

ସୋସିଆଲ ମିଡ଼ିଆରେ କିଛିଦିନ ତଳେ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଗୋଟିଏ ଗୁଣ୍ଡୁଚି ମୂଷା ହାତ ହଲାଇ ଲୋକଙ୍କୁ ପାଣି ପିଇବାକୁ ମାଗୁଥିବା ଦୃଶ୍ୟ ପୋଷ୍ଟ କରିଥିଲେ । ମାତ୍ର କେଇ ମିନିଟ୍ ମଧ୍ୟରେ ଏହା ଭାଇରାଲ ହୋଇଥିଲା । ମାତ୍ର ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭୋକିଲା ସିଂହ ଛୁଆକୁ ଗୋଟିଏ ସିମ୍ପାଞ୍ଜି କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ୱେଲକମ୍ ଟୁ ନେଚରର ଟ୍ବିଟର ହ୍ୟାଣ୍ଡଲରେ ଏହି ଭିଡ଼ିଓକୁ ଅଳ୍ପ ସମୟ ମଧ୍ୟରେ ୧୧ ହଜାର ଲୋକ ଦେଖିଛନ୍ତି । ଭିଡ଼ିଓରେ ସିମ୍ପାଞ୍ଜି ସିଂହ ଛୁଆଟିକୁ ବୋତଲରେ କ୍ଷୀର ପିଆଉଛି ଏବଂ ଛୁଆଟି ଶୀଘ୍ରଶୀଘ୍ର କ୍ଷୀର ପିଇଯାଉଛି। ପିଲାଟିର କ୍ଷୀର ପାନ ଦୃଶ୍ୟ ସିମ୍ପାଞ୍ଜିର ପଶୁ ହୃଦୟକୁ ମଧ୍ୟ ତରଳାଇ ଦେଇଛି । ଶେଷରେ ସେ ସିଂହ ଛୁଆ ମୁଣ୍ଡ​ରେ ଚୁମା ଦେଇ ନିଜ ମାତୃତ୍ଵର ଉପଲବ୍ଧି ଜାହିର କରୁଥିବା ଦେଖାଯାଉଛି ।

Comments are closed.