ଲିଟିଲ ଷ୍ଟାର ଗ୍ରୁପର ଶିଶୁ ମହୋତ୍ସବ

ନିମାପଡ଼ା: ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ଦ୍ବାଦଶ ଶିଶୁ ମହୋତ୍ସବ ଶନିବାର ସ୍ଥାନୀୟ ପ୍ରାକ୍ଟିସିଂ ଉ.ପ୍ରା. ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ତର୍କ, ସଙ୍ଗୀତ, କୌତୁକ ପୋଷାକ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗ୍ରୁପର ପ୍ରତିଷ୍ଠାତା ସମ୍ପାଦକ ସୁମନ୍ତ ମହାରଣାଙ୍କ ସଂଯୋଜନାରେ ଅଧ୍ୟାପକ, ଡ. ରବୀନ୍ଦ୍ର ନାଥ ପାଢ଼ୀ, ସୁବ୍ରତ ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ ବିଜୟ ବେହେରା, ଶିକ୍ଷକ ନିର୍ମଳ ମିଶ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜୁବାଳା ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟରୁଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Comments are closed.