ଶିଶୁଙ୍କ ଟିକାକରଣ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ସରକାର ୨ରୁ ୧୮ ବର୍ଷର ଶିଶୁଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ଏଥିପାଇଁ ଆଭାସି ମାଧ୍ୟମରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆଜିଠାରୁ ରାଜ୍ୟରେ ଶିଶୁଙ୍କୁ କରୋନା ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିଠାରୁ ଶିଶୁଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆମ ରାଜ୍ୟରେ ୨ ରୁ ୧୮ ବର୍ଷର ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଏମାନଙ୍କ ଟିକାକରଣ ପାଇଁ ଆମେ ପ୍ରସ୍ତୁତ ଅଛୁ। ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଆଉ ଟିକା ଆସିଲେ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଅତିକମରେ ଗୋଟିଏ ପାନ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

Comments are closed.