୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ନାବାଳକ ଗଲା ବାଳ ସୁଧାର ଗୃହ

ବ୍ରଜରାଜନଗର : – ଗତ ଶୁକ୍ରବାର ଓରିଏଣ୍ଟ ଥାନା ଅଂଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ପୁଲିସ ନିକଟରେ ପରିବାର ଲୋକେ ଅଭିଯୋଗ ହୋଇଛି ।  ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ କଠୋର ପରିଶ୍ରମ କରିବାକୁ ପଡ଼ିଛି ।  ଦୀର୍ଘ ୪ ଦିନ ପରେ ଆଜି ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ୧୩ ବର୍ଷର ଜଣେ ନାବାଳକ ବୋଲି ଜଣା ପଡ଼ିଛି । ସେପଟେ ଅଭିଯୁକ୍ତ ନାବାଳକଙ୍କୁ ଆଜି କିଶୋର ନ୍ୟାୟ ବୋର୍ଡରେ ହାଜର କରିବା ପରେ ବାଲ ସୁଧାର ଗୃହକୁ ପଠାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

Comments are closed.