ପୁଣି ଲଜ୍ଜା : ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ୫୫ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ୫୫ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଖେଳୁ ଥିବା ସମୟରେ ସେହି ଗାଁର ରତ୍ନାକର ଶବର(୫୫) ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । କାହାରିକୁ କିଛି କହିଲେ ଜୀବନରେ ମାରି ଦେବାକୁ ନାବାଳିକାକୁ ଧମକ ଦେଇଥିଲେ । ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତାଙ୍କ ମା’ ଜୟପାଟଣା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରାଯାଇ ଆଜି ରତ୍ନାକର ଶବରକୁ ଗିରଫ କରାଯାଇଛି ।

Comments are closed.