ଦୁଇ ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ

ବୌଦ୍ଧ  : ବୌଦ୍ଧଜିଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥା ଓ  ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ପଡିପାରୁନାହିଁ । ଆର୍ଥିକ ସମସ୍ୟା, ଶିକ୍ଷ୍ୟା ସମସ୍ୟା ଓ ଜାତି ସମାଜ ନାମରେ ଅନେକ ନାବାଳିକାଙ୍କୁ ପରିବାର ଲୋକ ବିବାହ କରିଦେବା ଭଳି ଘଟଣାମାନ ଲୋକଲୋଚନକୁ ଆସିବାପରେ ଜିଲ୍ଲାର ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଉଅଛି ।  ଅଳ୍ପ କିଛିଦିନ ତଳେ କାଣ୍ଟ।ମାଳରେ ଆଗୁଆ ସୂଚନା ପାଇ ଶିଶୁ ବିକାଶ ପ୍ରକଳ୍ପ  ପକ୍ଷରୁ  ଜ୍ୟୋତ୍ସ୍ନାମୟୀ ପାଢୀ, ଚାଇଲଡ଼ ଲାଇନ ଦୁଇଟି ବାଲ୍ୟବିବାହ ରୋକିବାରେ ସଫଳ ହୋଇଥିଲେ । ସେହିପରି ରବିବାର ହରଭଙ୍ଗା ବ୍ଲକ ର ତଳଗାଁରେ ଦୁଇଟି ବାଲ୍ୟ ବିବାହ ରୋକାଯାଇପାରିଛି ।
ସୂଚନା ମୁତାବକ ଦୁଇଜଣ ନାବାଳିକାଙ୍କ ବିବାହ ସମ୍ପର୍କରେ ଖବର ପାଇ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ନିରୂପମା ପାଣି,ଚାଇଲଡ଼ ଲାଇନ ସଂଯୋଜିକା ବବିନା ନାଏକ, ଓ ଏ ସ ଆଇ, ହରଭଙ୍ଗା ପୋଲିସ ଅରୁନ୍ଧନ୍ତି ସାହାଣୀ, ଚାଇଲଡ଼ ଲ।ଇନ ସଦସ୍ୟମାନେ ଏବଂ ଅନ୍ୟ ପୁଲିସ କର୍ମଚାରୀ  ସୁଦୂର ଗ୍ରାମ ତଲଗାଁରେ ପହଞ୍ଚିଥିଲେ। ଦୁଇ ନାବାଳିକାଙ୍କ ପରିବାର ସହିତ ଏହି ଟିମ ଆଲୋଚନା କରି ବିବାହ ବୟସ ପୂର୍ବରୁ ଝିଅକୁ ବିବାହ ନକରିବାକୁ ବୁଝାଇଥିଲେ। ଏ ନେଇ ସରକାରୀ ଆଇନ ଓ ଅଳ୍ପ ବୟସରେ ବିବାହ ଯୋଗୁଁ ଝିଅର ଭବିଷ୍ୟତ ଜୀବନରେ ସଙ୍କଟ ନେଇ ମଧ୍ୟ ଦୁଇ ପରିବାରକୁ ସଚେତନ କରାଯାଇଥିଲା। ଦୁଇଜଣଙ୍କର ନିର୍ବନ୍ଧ ସରିଥିଲାବେଳେ  ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ୧୮ ବୟସ ନ ହେବ, ବିବାହ ନକରାଇବାକୁ ତାଙ୍କ ପିତା ମାତାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ସ୍ବାକ୍ଷର କରାଯାଥିଲା। ଯଦି ଏଥିରୁ ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ମଧ୍ୟ ସଚେତନ କାରାଯାଇଥିଲା। ତେବେ ଉଭୟ ପରିବାର ବୟସ ପୂର୍ବରୁ ଝିଅକୁ ବିବାହ ନକରିବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି। ଠିକ ସମୟରେ ସୂଚନା ଓ  ଜ଼ିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଯୋଗୁଁ ଦୁଇଟି ବାଲ୍ୟ ବିବାହ ନିଷେଧ ହୋଇପାରିଛି। ଚାଇଲଡ ଲାଇନ ସଦଶ୍ୟ ଏବଂ ପୁଲିସର ସହଯୋଗରେ ଏହା ସମ୍ଭବ ହୋଇପାରିଛି। ଏହି ଧାରା ଜାରି ରହିବା ସହ ଲୋକ ସଚେତନ ହୋଇପାରିଲେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲା ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ।

Comments are closed.