ଭିଡ଼ିଓ: ୪ ବର୍ଷର ଶିଶୁ ମାରିଲା ୬ ବଲରେ ୬ ବଡ଼୍ ସଟ୍

ଭାରତରେ କ୍ରିକେଟ ଏକ ଖେଳ ନୁହେଁ, ଏକ ଧର୍ମ ବୋଲି ଅନେକ ମାନନ୍ତି । ପ୍ରାୟ ପ୍ରତ୍ୟେକ ଭାରତୀୟ ନିଜ ଜୀବନରେ କେଉଁଠିନା କେଉଁଠି କ୍ରିକେଟ୍ ଖେଳି ନ ଥିବେ ଏମିତି ଘଟଣା ପ୍ରାୟ ଦୁର୍ଲଭ । ମାତ୍ର କିଛି ପିଲା ଅଛନ୍ତି ଏମିତି ଖେଳନ୍ତି ଯେ ଯାହାକୁ ଦେଖି ବୟସ୍କ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାକୁ ଇଏସପିଏନକ୍ରିକ୍ (ESPNcricinfo) ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛି । ଭିଡ଼ିଓଟି ଜାମନଗର ଅଞ୍ଚଳର ।

ଭିଡ଼ିଓରେ ଜଣେ ଶିଶୁ ବ୍ୟାଟିଂ କରୁଥିବା ଦେଖାଯାଉଛି । ଯାହାର ବୟସ ୪ରୁ ୫ ବର୍ଷ ଭିତରେ ହେବ । ଏହି ଛୋଟ ପିଲାକୁ ଜଣେ ବ୍ୟକ୍ତି ବୋଲିଂ କରୁଛି ଓ ଶିଶୁଟି ବଡ଼ବଡ଼ ସଟ୍ ଲଗାଉଛି । ପୁରା ଟାଇମିଂ ସହ ଶିଶୁଟି ବଲକୁ ଏମିତି ହିଟ୍ କରୁଛି ଯେସେଠି ବସିଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । 

Comments are closed.