ଚିକିଟି ବ୍ଲକରେ ୪ସମିତି ସଭ୍ୟ ଓ ଜଣେ ସରପଞ୍ଚ ଅପ୍ରତିଦ୍ବନ୍ଦୀ

ଚିକିଟି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲା ଚିକିଟି ବ୍ଲକର ୪ଟି ସମିତି ସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ ଜଣେ ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ ଝାଟିପଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ନନ୍ଦିନୀ ସେଠୀ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ କତୁରୁ ପଞ୍ଚାୟତର ସବିତା ବେହେରା, କୋଟଲିଙ୍ଗି ପଞ୍ଚାୟତର ଯୋଛନା ସେଠୀ, ପିତାତଲି ଏସ ଗୀତ ଓ ରମ୍ପା ପଞ୍ଚାୟତର ଗୋଲାପି ନାଇକ ସମିତି ସଭ୍ୟ ଭାବେ ଅପ୍ରତିଦ୍ବନ୍ଦୀ ଅଛନ୍ତି। ଆଗକୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି।

Comments are closed.