ସୁନ୍ଦରେଶ୍ୱର ମନ୍ଦିର ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଲୁଟ

ଚିକିଟି: କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏମିତିକି ମନ୍ଦିରରୁ ଲୁଟ କରିବାରେ ଲୁଟେରାଙ୍କ ସାମାନ୍ୟତମ ଅନୁଶୋଚନା ପରିଲକ୍ଷିତ ହେଉନାହିଁ। ଏହି ଅଞ୍ଚଳର ବଗଳାମୁଖୀ, ବାରାହୀ, ଧନ୍ୟରlସି ଶିବ ମନ୍ଦିରରୁ ଲୁଟର ପର୍ଦାଫାଶ ବର୍ତ୍ତମାନ ହୋଇନାହିଁ। ତେବେ ଗତ ବିଳମ୍ବିତ ରାତିରେ ନୂଆପଡା ଫାଣ୍ଡିର ଅନତି ଦୂରରେ ରହିଥିବା ସୁନ୍ଦରଡ଼ା ସ୍ଥିତ ସୁନ୍ଦରେଶ୍ୱରଙ୍କ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଲୁଟ ହୋଇଥିବା ଅଭିଯୋଗ ହୋଇଛି, ଯାହା ପୁଲିସ ପାଇଁ ଏକ ପ୍ରକାର ଆହ୍ବାନ ସୃଷ୍ଟି କରିଛି।

 

ଆଜି ଭୋର ମନ୍ଦିର ପୂଜକ ହୁଣ୍ଡୀ ଭଙ୍ଗା ଥିବା ଦେଖି କମିଟି ସଭ୍ୟଙ୍କୁ ଖବର ଦେଇଥିଲେ। କରୋନାରେ ମନ୍ଦିର ପରିଚାଳନା କମିଟିର ୩ ଜଣ ସଭ୍ୟଙ୍କ ଦେହାନ୍ତ ଯୋଗୁଁ ପାଖା ପାଖି ଦୁଇ ବର୍ଷ ହେଲା ମନ୍ଦିର ହୁଣ୍ଡୀ ଖୋଲା ଯାଇନଥିଲା। ଏହାର ସୁଯୋଗ ନେଇ ଦୁଇ ବର୍ଷର ହୁଣ୍ଡିରେ ଜମା ଥିବା ଲକ୍ଷାଧିକ ଟଙ୍କାକୁ ଲୁଟେରା ଲୁଟ କରିଛି। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ତରଫରୁ କେ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କେ.ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.