ମୋଟର ଚୋରୀ ଅଭିଯୋଗ

ଚିକିଟି: କିଛି ଦିନର ବ୍ୟବଧାନ ପରେ  ନୂଆପଡା ଫାଣ୍ଡି ଅଞ୍ଚଳରେ ଚୋରୀ ଆରମ୍ଭ ହୋଇଥିବା ପୁଣି ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଚାନ୍ଦପୁର ଗ୍ରାମର ଚାଷୀ ମାନେ ମାଁ ନାଇକାଣୀ ପାଣି ପଞ୍ଚାୟତ ଗଠନ କରି ଏକ ଉଠାଜଳ ସେଚନ ପ୍ରକଳ୍ପ କରିଥିଲେ , ଗାଁ ମୁଣ୍ଡରେ ଏହି ପ୍ରକଳ୍ପ ହୋଇଥିଲା । ଗତକାଲି ରାତିରେ କେହି  ଦୁର୍ବୁତ୍ତ ସେହି ପ୍ରକଳ୍ପର ମୋଟର କୁ ଚୋରୀ କରି ନେଇଯାଇଛି । ଏନେଇ ନୂଆପଡା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ପାଣି ପଞ୍ଚାୟତ ତରଫରୁ କରାଯାଇଛି । ଚୋରକୁ ଠାବ କରି ମୋଟର ଉଦ୍ଧାରକରିବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି ।

Comments are closed.