ଚିକେନ କଲମୀ କବାବ

ଆବଶ୍ୟକ ସାମଗ୍ରୀ ଚିକେନ – ୨୫୦ ଗ୍ରାମ
ଅଦା ରସୁଣ ବଟା – ୩ ଚାମଚ
ଡ଼ାଲଚିନି ଗୁଣ୍ଡ – ୧ ଚାମଚରୁ କମ
ମଇଦା – ୨ ଚାମଚ
କଟା ପିଆଜ – ୩ଟି
ଲବଙ୍ଗ – ୨ଟି
ଲେମ୍ବୁ ରସ – ୧ ଚାମଚ
ଅଣ୍ଡା – ୨ଟି
କେସର – ସାମାନ୍ୟ
ଲୁଣ – ଆବଶ୍ୟକ ପରିମାଣରେ
ପୁଦିନା ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଗରମ ପାଣିରେ ୧୦ ମିନିଟ ବତୁରାଇ ରଖନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଅଦା ରସୁଣ ବଟା, ଲେମ୍ବୁ ରସ, ଡ଼ାଲଚିନି ଗୁଣ୍ଡ, ଲୁଣ , ଲବଙ୍ଗ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ମଇଦା, ପିଆଜ, ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ବର୍ତ୍ତମାନ ପତଳା ଲୁହାରେ (ଲମ୍ବା ଆକୃତି)ର ଖଞ୍ଜି ଚିକେନ ଖଣ୍ଡ ଲଗାଇ କୋଇଲା ଆଞ୍ଚ ଅଥବା ଗ୍ୟାସର ଆଞ୍ଚରେ ସିଧାସଳଖ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ପୁଦିନା ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ କଲମୀ କବାବ।

Comments are closed.