ସିଏମସିକୁ ୧୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କଟକ ସହରରେ କରୋନା ମହାମାରୀ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ (ସିଏମସି)କୁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଟକ ମହାନଗର ନିଗମ ଅଞ୍ଚଳରେ କରୋନା ମୁକାବିଲା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୮୯୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥି ମଧ୍ୟରୁ କଟକ ଜିଲାରେ ୫୮୭ ଆକ୍ରାନ୍ତ ରହିଛନ୍ତି।

Comments are closed.