କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଘୋଷଣା କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ, ସେପଟେ ବରଗଡ଼ରେ ବଢୁଛି କ୍ୟାନସର ପୀଡିତ ଏବଂ ମୃତାହତଙ୍କ ସଂଖ୍ୟା

ବରଗଡ଼  : ରାଜ୍ୟରେ ବରଗଡ଼ ଜିଲାରେ କ୍ୟାନସର ପୀଡିତ ଏବଂ ମୃତାହତଙ୍କ ସଂଖ୍ୟା ସର୍ବାଧିକ  ଥିବା ବେଳେ ସରକାରଙ୍କ ଉଦାସୀନତା ଯୋଗୁଁ ବରଗଡ଼ରେ କ୍ୟାନସର ହସ୍ପିଟାଲ୍ ପ୍ରତିଷ୍ଠା ହେବାର ଆଶା ଦିନକୁଦିନ ମଉଲିବାରେ ଲାଗିଛି ! ଜନସାଧାରଣଙ୍କ ବାରମ୍ବାର ଦାବି ସତ୍ବେ ସରକାର ପ୍ରତାରିତ କରି ଚାଲିଛନ୍ତି, ଏଣୁ ଆଜି ବରଗଡ଼ ଜିଲା ବରିଷ୍ଠ ନାଗରିକ ସଂଘର ସଂପାଦକ ପ୍ରହଲ୍ଲାଦ ମହାପାତ୍ରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦେଖିକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରି ବରଗଡ଼ରେ ଅତିଶୀଘ୍ର ଏକ ସ୍ବୟଂ ସମ୍ପୁର୍ଣ କ୍ୟାନସର ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ସମେତ ସର୍ବଶ୍ରୀ ଭରତ ଦାଶ, ତୁଳସୀ ଚରଣ ଦାଶ, ପ୍ରସନ୍ନ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେହିପରି କ୍ୟାନସର ହସ୍ପିଟାଲ ଦାବୀ ନେଇ ଆନ୍ଦୋଳନ ତ୍ୱରାନ୍ୱିତ କରିବାକୁ ନିଷ୍ପତି ନେଇ ଆଜି ସ୍ଥାନୀୟ ଗୁଜୁରାତି ମନ୍ଦିର ଠାରେ ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଓ ଆବାହକ ପ୍ରଦୀପ ଦେବତାଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ କରୋନା ମହାମାରୀ ପାଇଁ ବନ୍ଦ କରାଯାଇଥିବା କ୍ୟାନସର ହସ୍ପିଟାଲ୍ ସ୍ଥାପନ ଆନ୍ଦୋଳନକୁ ପୁଣି ଜୋରଦାର କରାଯିବାକୁ ଉପସ୍ଥିତ ସମସ୍ତ ସଂଗଠନ ର କର୍ମକର୍ତ୍ତା ମାନେ ମତ ରଖିଥିଲେ। ବୈଠକରେ ଏହି ଆନ୍ଦୋଳନକୁ ବରଗଡ଼ ସହରରୁ ଗ୍ରାମାଞ୍ଚଳକୁ ପହଞ୍ଚାଇବା,ସ୍କୁଲ୍ କଲେଜ୍ ର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା,ଜିଲ୍ଲା ରେ ନକଲି କୀଟନାଶକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା,ପ୍ଲାଷ୍ଟିକ କୁ ସମ୍ପୂର୍ଣ୍ଣ ବର୍ଜନ କରିବା ବିଷୟ ରେ ଆଲୋଚନା ହେବାସହ ଅଣ ସିଜନ୍ ର ପନିପରିବା ଓ ଫଳମୂଳକୁ ବ୍ୟବହାର ନ କରିବା ବିଷୟରେ ଆଲୋଚନା ହେବା ସହ କ୍ୟାନସର ଉପରେ ସଚେତନତା ସୃଷ୍ଟି କରିବା ସହ ସରକାରୀ ସ୍ତରରେ କ୍ୟାନସର ପରୀକ୍ଷା ଯାନ ବରଗଡ଼ ଜିଲ୍ଲାକୁ ଅଣାଯାଇ ସମସ୍ତଙ୍କ ପରୀକ୍ଷା କରିବା ବ୍ୟବସ୍ଥା କରିବା ଉପରେ ମତ ଆସିଥିଲା।

ସେହିପରି କ୍ୟାନସର ହସ୍ପିଟାଲ୍ ପ୍ରତିଷ୍ଠା ଦାବି ନେଇ ସରକାରୀ ସ୍ତରରେ ସମସ୍ତ ବିଧାୟକ ଓ ସାଂସଦ ମାନଂକୁ ଗୋଟିଏ ବୈଠକରେ ଏକଜୁଟ କରି ଆଗାମୀ ବିଧାନସଭା ଓ ପାର୍ଲିଆମେଣ୍ଟ ଅଧିବେଶନ ସମୟରେ ଏହି ଦାବି ଉପରେ ସରକାର ଙ୍କୁ ପ୍ରଶ୍ନ ପଚାରିବାକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଆସନ୍ତା ୧୯ ତାରିଖ ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ ମା ଶ୍ୟମାକାଳୀ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ୍ ରେ ପହଞ୍ଚି ଜିଲ୍ଲାରେ ନକଲି କୀଟନାଶକ ବ୍ୟବହାର କୁ ବନ୍ଦ କରିବା ଓ ବରଗଡ଼ ଜିଲ୍ଲାରେ ଯଥାଶୀଘ୍ର କ୍ୟାନସର ହସ୍ପିଟାଲ୍ ସ୍ଥାପନ କରିବାକୁ ଦାବିପତ୍ର ଦିଆଯିବାକୁ ନିଷ୍ପତ୍ତି ନିଆଗଲା।ଆଜିର ବୈଠକରେ ବରଗଡ଼ ର ବହୁ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ନିଜର ମତାମତ ରଖିଥିଲେ।

ଏଠାରେ ପ୍ରକାଶ ଥାଉକୀ ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ବିଗତ ଦୁଇ ବର୍ଷ ହେଲା ବରଗଡ଼ ଜିଲ୍ଲାରେ ଏକ କ୍ୟାନସର ହସ୍ପିଟାଲ୍ ସ୍ଥାପନ ପାଇଁ ଆନ୍ଦୋଳନ କରିଆସୁଅଛି।ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ପଥ ପ୍ରାନ୍ତ ସଭା,ଧାରଣା, ରାସ୍ତାରୋକ,ଜିଲ୍ଲାପାଳ ଅଫିସ୍ ଘେରାଉ, ଟୋଲ ଗେଟ୍ ରେ ଚକା ଜାମ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଙ୍କ ବରଗଡ଼ ଜିଲ୍ଲାକୁ ଗସ୍ତ ସମୟରେ ଗଣଧାରଣା ଦେଇ ସଂଗଠନ ର କର୍ମକର୍ତ୍ତା ମାନେ ଗିରଫ ହେବାର ନଜିର ରହିଛି। ୨୨ ଜାନୁଆରୀ ୨୦୧୯ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଫୋରମ୍ ର ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ବିଧାୟକ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠ ରେ ସାକ୍ଷାତ କରିବା ସମୟରେ ପ୍ରତିନିଧି ମଣ୍ଡଳୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଗୁରୁତର ସହ ବିଚାର କରିବାକୁ ପ୍ରତିଶ୍ରୁିତି ଦେଇଥିଲେ।

ସେହି ଦିନ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାକୁ ଏକ ବିଶେଷଜ୍ଞ କମିଟି ଯାଇ କ୍ୟାନସର ଉପରେ ଅନୁଧ୍ୟାନ କରିବେ, ଏକ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଯାଇ ଏକ କ୍ୟାନସର ନିରାକରଣ ସ୍ବାସ୍ଥ୍ୟ ଶିବିର ଆୟୋଜିତ କରିବେ ,ଘର କୁ ଘର ଯାଇ ଆମର ଅଙ୍ଗନବାଡ଼ି କର୍ମୀ ମାନେ ଯାଇ କ୍ୟାନସର ଉପରେ ସର୍ବେକ୍ଷଣ କରିବେ ଆଜି ପ୍ରତିଶୃତି ଦେଇଥିଲେ। ତଦୁନଜାଇ ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଆୟଜିତ ହୋଇଥିଲା ଓ ସରକାର ତାଙ୍କର ଡ଼ାକ୍ତରୀ ଦଳ ପ୍ରେରଣ କରିଥିଲେ। ଗତ ଫେବୃୟାରୀ ୨୧ ,୨୦୧୯ରେ ବରଗଡ଼ ଜିଲ୍ଲାର ଏକ ଜନସଭା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଠାରେ କ୍ୟାନସର ହସ୍ପିଟାଲ୍ ସ୍ଥାପନ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ ସମୟରେ ମଧ୍ୟ ଏହି ଘୋଷଣା କୁ ଦୋହରାଇ ଥିଲେ।ଏହି ଘୋଷଣା ଅନୁସାରେ ଫେବୃୟାରୀ ୨୦ ତାରିଖ ୨୦୨୦ ରେ ଓଡ଼ିଶା ସରକାର ଙ୍କ କ୍ୟାନସର ଫାଉଣ୍ଡେସନ ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ବରଗଡ଼ ଆସି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର ହସ୍ପିଟାଲ୍ ସ୍ଥାପନ ପାଇଁ ଉପଯୁକ୍ତ ଭିତ୍ତଭୂମିର ରହିଛି ବୋଲି ଯୁକ୍ତି ଉପସ୍ଥାପନ କରି ସରକାର ଙ୍କୁ ଏହା ଉପରେ ସକାରାତ୍ମକ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଆଜିଯାଏ ତାହା କାର୍ଯ୍ୟକାର ହୋଇନାହିଁ।

Comments are closed.