ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ପ୍ରତିନିଧି ଦଳ

ଭୁବନେଶ୍ବର: ଭଦ୍ରକ ଜିଲାର ଚଉଦ ମହଲା ମୁସଲିମ୍ ଜମାତ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ସେମାନେ ଭୟବୀତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି। ଏନେଇ ଭୟବୀତ ନହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଭବିଷ୍ୟତରେ ଓଡିଶାରେ ଏନଆରସି ଲାଗୁ ନ କରିବାକୁ ଦାବି ଜଣାଇଛନ୍ତି।

Comments are closed.