ଜଷ୍ଟିସ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ବର (ବ୍ୟୁରୋ) ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ହେବେ । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ରଫିକଙ୍କ ନାମ ଏଥିପାଇଁ ସୁପାରିସ କରିଛନ୍ତି । ଜଷ୍ଟିସ ରଫିକ୍ ଏହାପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଓ ଦୁଇଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ଗତ ନଭେମ୍ବର ମାସରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ପାଇଥିଲେ । ଗତ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Comments are closed.