ଓଡ଼ିଶାରେ ପ୍ରଧାନ ବିଚାରପତି ଏନ.ଭି.ରମଣା

ଭୁବନେଶ୍ବର: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି.ରମଣା ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପ୍ରଧାନ ବିଚାରପତି ଏନ.ଭି.ରମଣା ନୂଆଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନ ବିଚାରପତି ଏନ.ଭି.ରମଣା ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର, ମହାଧିବକ୍ତା ଅଶୋକ ପରିଜା, ପୂରୀ ସାଂସଦ ପିନାକୀ ମିଶ୍ର, ୫ ଟି ସଚିବ ଭି.କେ. ପଣ୍ଡିଆନ , ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର ସ୍ବାଗତ କରିଛନ୍ତି। ହୋଟେଲ ମେ ଫେୟରରେ ପ୍ରଧାନ ବିଚାରପତିଙ୍କ ରାତ୍ରୀ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରକୁ ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପ୍ରଧାନ ବିଚାରପତି ପୁରୀରୁ କଟକ ଗସ୍ତରେ ଆସି ପହଞ୍ଚିବେ। କଟକରେ ରାଜ୍ୟ ଆଇନସେବା ପ୍ରାଧିକରଣ ନୂଆ କୋଠା ‘ଆଇନସେବା ଭବନ’କୁ ପ୍ରଧାନ ବିଚାରପତି ଉଦ୍‌ଘାଟନ କରିବେ ଏବଂ ଓଡ଼ିଶା ଜୁଡ଼ିସିଆଲ ଏକାଡେମୀ ଓ ଉଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନ ବିଚାରପତି ଏନ.ଭି.ରମଣାଙ୍କ ସହିତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ୟୁ.ୟୁ.ଲଳିତ ଏବଂ ବିଚାରପତି ବିନୀତ ଶରଣ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିବା ସୂଚନା ମିଳିଛି।

Comments are closed.