କଲିକତା ହାଇକୋର୍ଟରେ ଏଣିକି ‘ମାଇଁ ଲର୍ଡ’ ନୁହେଁ ସାର୍
ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ

କଲକାତା : କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଟିବିଏନ୍ ରାଧାକ୍ରିଷ୍ଣନ୍ କହିଛନ୍ତି ଯେ ପଶ୍ଚିମ ବଙ୍ଗ ଏବଂ ଆଣ୍ଡାମାନର ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ମୋତେ ‘ମାଇଁ ଲର୍ଡ’ ନୁହେଁ ସାର୍ କହି ସମ୍ବୋଧିତ କରନ୍ତୁ।
ଗୁରୁବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ତଥା ଆଣ୍ଡାମାନ-ନିକୋବର ଜିଲ୍ଲା ଜଜ୍ ତଥା ନିମ୍ନ ଅଦାଲତର ପ୍ରଧାନ ବିଚାରପତିଙ୍କୁ ପତ୍ର ମାଧ୍ୟମରେ ରେଜିଷ୍ଟ୍ରାର, ରାୟ ଚଟୋପାଧ୍ୟାୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଏହି ସନ୍ଦେଶ ସଂପର୍କରେ ଅବଗତ କରାଇଛନ୍ତି।
ଚିଠିରେ ଦର୍ଶାଯାଇଛି ଯେ ମୁଖ୍ୟ ବିଚାରପତି ଚାହୁଁଛନ୍ତି ଯେ ବର୍ତ୍ତମାନଠାରୁ ଆଗକୁ ଜିଲ୍ଲା ନ୍ୟାୟପାଳିକା, ମାନ୍ୟବର ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରି ସଦସ୍ୟମାନେ ‘ମାଇଁ ଲର୍ଡ’ ଏବଂ ‘ଲର୍ଡସିପ’ ସ୍ଥାନରେ ମୁଖ୍ୟ ବିଚାରପତିଙ୍କୁ ‘ସାର୍’ ବୋଲି ସମ୍ବୋଧନ କରିବେ।