ଛତିଶଗଡ଼ : ଦାନ୍ତେୱାଡ଼ାରୁ ୩ ମାଓବାଦୀ ଗିରଫ

ରାୟପୁର : ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ୍‍, ଜିଲ୍ଲା ରିଜର୍ଭ ଗାର୍ଡ଼ ଓ ମହିଳା ସୁରକ୍ଷା କର୍ମୀଙ୍କ ମିଳିତ ତଲାସୀ ଅଭିଯାନରେ ଅରନପୁର ଅଞ୍ଚଳର ନାହାଡି ଜଙ୍ଗଲରୁ ସେହି ମାଓବାଦୀମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମାଓବାଦୀକୁ ଧରାଇଦେଲେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା
କରିଥିଲେ।

Comments are closed.