ଘଟଗାଁରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ; ମା’ ତାରିଣୀଙ୍କ ଦର୍ଶନ କଲେ

କେନ୍ଦୁଝର : କେନ୍ଦୁଜର ଜିଲା ଘଟଗାଁରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ସେ ହେଲିପ୍ୟାଡରୁ ମନ୍ଦିର ଯାଇ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସ୍ଵାଗତ ଜଣାଇବା ପାଇଁ ଘଟଗାଁ ମିନି ଷ୍ଟାଡିୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ତାଙ୍କ ସହ ବହୁ ବରିଷ୍ଠ ଅଧିକାରୀ,  କେନ୍ଦୁଝର ଜିଲାପାଳ ଓ ଏସପି ସେଠାରେ ଉପସ୍ଥିତ ଅଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

Comments are closed.