ଅଙ୍ଗନୱାଡି କେନ୍ଦ୍ରରେ ଉଡ଼ିଲାନି ତ୍ରିରଙ୍ଗା

ଛତ୍ରପୁର: ସ୍ବାଧୀନତା ଦିବସ ପାଳନ ନେଇ ସରକାର ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ । ପ୍ରକାଶଯୋଗ୍ୟ, ଖୋଦ୍‌ ସରକାରଙ୍କ ଅଧୀନରେ ଥିବା ଛତ୍ରପୁର ସହରରେ ଥିବା ବହୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆଜି ତ୍ରିରଙ୍ଗା ପତାକା ଉଡି ନଥିବା ଦେଖିବାକୁ ମିଳିଛି । ଏଠାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି କେନ୍ଦ୍ରରେ ୧୩ରୁ ୧୫ତାରିଖ ପ୍ରର୍ଯ୍ୟନ୍ତ ଜାତୀୟ ପତାକା ଲଗାଇବାକୁ ନିର୍ଦ୍ଦେଶ ଆସିଥିଲା । ଆଜି ଏହି ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ନହେବା ଏକପ୍ରକାର ପରମ୍ପରା ଭଙ୍ଗ ସହ ଦେଶ ପ୍ରତି ଅସମ୍ମାନ ବୋଲି ସାଧାରଣରେ କୁହାଯାଉଛି ।

କର୍ମଚାରୀଙ୍କ ଏପ୍ରକାର ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସାଧାରଣରେ ଦାବି କରାଯାଇଛି । ସୂଚନାଯୋଗ୍ୟ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତାକା ୩ ଦିନ ଧରି କିଭଳି ଉଡ଼ିବ ଏବଂ ସେ ନେଇ ପଦକ୍ଷେପ ନେବାକୁ  ଗତ  ୮ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବଙ୍କ ଠାରୁ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ମାନଙ୍କୁ ଚିଠି ଆସିଥିଲା  । ଏଥିସହ ତ୍ରିରଙ୍ଗା ଉପରେ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ୧୦ ତାରିଖରେ କରିବାକୁ ଉକ୍ତ ଚିଠିରେ କୁହାଯାଇଥିଲା । ଉଭୟ କାର୍ଯ୍ୟକ୍ରମର ଫଟୋ ଇମେଲ ଯୋଗେ ପଠାଇବାକୁ ନିର୍ଦ୍ଦେଶ ଥିଲା ।

Comments are closed.