ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପର, ଖବର ପ୍ରକାଶ ପରେ ହେଲା ରାସ୍ତା ମରାମତି

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭିଁପୁର ଠାରୁ ଗଙ୍ଗାପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରୋଡ଼ ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସମାଜ ଖବରକାଗଜରେ ପ୍ରକାଶିତ ହେବାର ଗୋଟିଏ ଦିନ ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଠିକାଦାରର ମନମୁଖୀ ନିମ୍ନ ମାନର କାର୍ଯ୍ୟକୁ ଅଙ୍କୁଶ ଲଗାଇ ତତ୍ପରତା ଦେଖାଇଛି ବିଭାଗ। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ତାଗିଦ୍ ପରେ ପୁନର୍ବାର ସେଠାରେ ପକ୍କା ମରାମତି କାର୍ଯ୍ୟ କରାଯିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଥାଉ କି ଗତ କିଛି ଦିନ ତଳେ ଉକ୍ତ ମରାମତି କାର୍ଯ୍ୟରେ ପିଚୁ ଗୋଡ଼ି ଉଠିଯିବା ସହ ଅତି ନିମ୍ନ ମାନର କାମ ହେଉଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଖବର କାଗଜରେ ଖବର ପ୍ରସାରିତ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହିଭଳି କାର୍ଯ୍ୟାନୁଷ୍ଠାନ ଓ ତପ୍ତରତାକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Comments are closed.