ପାକିସ୍ତାନକୁ ଜାଭେଦ ଅଖତର୍‌ଙ୍କ ସମାଲୋଚନା

ଲାହୋର: ଲାହୋରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଭାରତୀୟ ସଙ୍ଗୀତକାର ଜାଭେଦ ଅଖତର୍‌ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ମୁମ୍ବଇ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନେ ପାକିସ୍ତାନରେ ମୁକ୍ତ ଭାବେ ବିଚରଣ କରୁଥିବା ସେ ନିଜ ପ୍ରତିକ୍ରିୟାରେ କହିଥିଲେ। ଭାରତ ଓ ପାକିସ୍ତାନ ସମ୍ପର୍କରେ ରହିଥିବା ତିକ୍ତତା ସମ୍ପର୍କରେ ମତ ଦେଇ ଜାଭେଦ କହିଥିଲେ ଭାରତୀୟମାନେ କ୍ରୋଧ କରିବାର ଯଥାର୍ଥ କାରଣ ରହିଛି। ଭାରତରେ ଏକାଧିକ ପାକିସ୍ତାନୀ ଗାୟକଙ୍କ ପାଇଁ ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ପାକିସ୍ତାନରେ ଭାରତୀୟ ଗାୟକଙ୍କ ନିମନ୍ତେ କୌଣସି କାର୍ଯ୍ୟକ୍ରମ ହେଉନାହିଁ। ସେହିପରି ମୁମ୍ବଇ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ନରୱେ କିମ୍ବା ଇଜିପ୍ଟରୁ ଆସିନଥିଲେ। ସେମାନେ ପାକିସ୍ତାନରୁ ଆସିଥିଲେ। ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନରେ ମୁକ୍ତ ଭାବେ ବିଚରଣ କରୁଛନ୍ତି। ଏହାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ କ୍ରୋଧ ରହିଛି, ଯାହା ସ୍ବାଭାବିକ।

Comments are closed.