ରିଲିଜ ହେଲା ଛପାକର ପ୍ରଥମ ଗୀତ : ଦେଖାଦେଲା ଦୀପିକା-ବିକ୍ରାନ୍ତଙ୍କ ମଧ୍ୟରେ ପ୍ରେମଭରା ନୋକ ଝୋକ

ମୁମ୍ବଇ: ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଛପାକ୍‍’ର ପ୍ରଥମ ଗୀତ ବୁଧବାର ରିଲିଜ ହୋଇଛି। ଏହି ଗୀତର ନାମ ହେଉଛି ନୋକ ଝୋକ। ରିଲିଜ ହୋଇଥିବା ୧ମିନିଟ ୩୬ସେକେଣ୍ଡର ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଗୁଜାର ଏହି ଗୀତକୁ ରଚନା କରିଥିବାବେଳେ ଶଙ୍କର ଏହସାନ ଲୟ ଏହାକୁ ସଙ୍ଗୀତରେ ସଜାଇଛନ୍ତି। ଶିର୍ଦ୍ଧାର୍ଥ ମହାଦେବନ ଏଥିରେ କଣ୍ଠଦାନ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦୀପିକା ଜଣେ ଏସିଡ଼୍‍ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି। ଚଳଚ୍ଚିତ୍ରଟି ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକ୍ରାନ୍ତ ମେସୀଙ୍କୁ ଦୀପକାଙ୍କ ବିପକ୍ଷରେ ନାୟକ ଭାବେ ଦେଖିବାକୁ ମିଳିଛି।

Comments are closed.