ହାତରୁ ଖସିଲା ଚେନ୍ନାଇ ଟେଷ୍ଟ, ୨୨୭ ରନରେ ହାରିଲା ଭାରତ

ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି। ଗତକାଲି ମ୍ୟାଚର ୪ର୍ଥ ଦିନରେ ୪୨୦ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଆଜି ମାତ୍ର ୧୯୨ରନରେ ଭାରତର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ।

ଇଂଲଣ୍ଡର ବୋଲରମାନେ ସେମାନଙ୍କ ଚମତ୍କାର ବୋଲିଂ ଯୋଗୁ ଗୋଟିଏ ପରେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।ଅଧିନାୟକ କୋହଲି ଏବଂ ଶୁବମନ୍ ଗିଲଙ୍କ ପରେ ଚେତେଶ୍ବର ପୂଜାରା ୧୫, ରିଷଭ ପନ୍ତ ୧୧ ଏବଂ ଶୁଭମନ୍ ଗିଲ୍ ୫୦ ରନ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୭୮ ରନ କରିଥିଲା। ଭାରତ ଏହାର ଜବାବରେ ମାତ୍ର ୩୩୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦ୍ଵିତୀୟ ଇନିଂସରେ ୧୭୮ ରନ କରି ଇଂଲଣ୍ଡ ଅଲଆଉଟ ହୋଇଯିବା ଫଳରେ ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା।

Comments are closed.