ଖିର ଛେନା ଛଣା

ଆବଶ୍ୟକ ସାମଗ୍ରୀ :

ଖିର (ଛେନା ପ୍ରସ୍ତୁତ ପାଇଁ) – ୧ ଲିଟର

ଲେମ୍ବୁ ରସ – ୨ଚାମଚ

ସୁଜି – ୨ଚାମଚ
ଚିନି – ୨କପ

ଗୋଲାପ ଜଳ – ଅଧା କପ୍

ତେଲ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଗ୍ୟାସରେ ଏକ ପାତ୍ରରେ ଖିର ଫୁଟାନ୍ତୁ। ତାପରେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। ଖିର ଛେନା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ତାପରେ ଏକ ସଫା କପଡାରେ ଛେନାକୁ ଛାଣି ଅଳ୍ପ ଥଣ୍ଡା ପାଣି ଛିଞ୍ଚି ଦିଅନ୍ତୁ। ତାପରେ ଛେନାକୁ ଭଲ ଭାବେ ଚିପୁଡି ସେଥିରୁ ପାଣି ବାହାର କରି ଦିଅନ୍ତୁ। ଛେନାକୁ ଏକ ପାତ୍ରରେ କାଢି ରଖନ୍ତୁ। ସେଥିରେ ସୁଜି ମିଶାଇ ଚକଟି ଦିଅନ୍ତୁ। ମିଶ୍ରଣକୁ ୧୫ରୁ ୨୦ମିନିଟ ପର୍ୟ୍ୟନ୍ତ ଘୋଡାଇ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ମିଶ୍ରଣକୁ ଆଣି ଗଜା ଆକୃତିର କରନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗଜାକୁ ଛାଣନ୍ତୁ। ତାର ଉଭୟ ପାର୍ଶ୍ବ ହାଲୁକା ସୁନେଲୀ ରଙ୍ଗର ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢି ରଖନ୍ତୁ। ଏକ କଡେଇରେ ପାଣି ଓ ଚିନି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ତାପରେ ସିରା​‌ରେ ଅଳ୍ପ ଗୋଲାପ ଜଳ ପକାଇ ଗ୍ୟାସରୁ ତାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ କରିଥିବା ସିରାରେ ଗଜାକୁ କିଛି ସମୟ ବୁଡାଇ ରଖନ୍ତୁ। ତାପରେ ତାକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖିର ଛେନା ଛଣା ।

Comments are closed.