ସାମ୍ବାଦିକ ପରିଚୟ ଦେଇ ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ

ପୁଲିସ ପଞ୍ଝାରେ ଠକ ସାମ୍ବାଦିକ

ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି ।

ଭୀମପୁର ଅଞ୍ଚଳର ସାଇଜ୍ୟୋତି ନାମକ ଜଣେ ଯୁବତୀଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବକ ରିଙ୍କନ ନାରାୟଣ ଏକ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ସମ୍ବାଦଦାତା ଭାବରେ ପରିଚୟ ଦେଇଥିଲେ । ଏକ ୱେବ ଚ୍ୟାନେଲରେ ସାମ୍ବାଦିକ କରାଇ ଦେବା ନିମନ୍ତେ ସେ ଯୁବତୀଙ୍କଠାରୁ ଏହି ଟଙ୍କା ନେଇଥିବା ସତ୍ବେ ତାଙ୍କୁ କୌଣସି ସହାୟତା କରି ନ ଥିଲେ ।

ମାତ୍ର ଯେତେବେଳେ ଯୁବତୀଜଣକ ଜାଣିଲେ ଏହି ଯୁବକ ରିଙ୍କନ ନାରାୟଣ ଦୂରଦର୍ଶନର କୌଣସି ଶୀର୍ଷ ପଦବୀରେ ନାହାନ୍ତି ସେତେବେଳେ ସେ ଠକେଇର ଶିକାର ହୋଇଥିବା ଉପଲବ୍ଧି କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ । ରିଙ୍କନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଦଫାରେ ପୁଲିସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି ।

Comments are closed.