ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଚୌଦ୍ୱାର : ବିଜେପି ଚୌଦ୍ୱାର ମଣ୍ଡଳ ତରଫରୁ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି। ଦଳର ଜିଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ୧୭ ନମ୍ବର ୱାର୍ଡ଼ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରା ମୁଖ ଅତିଥି ଭାବେ ଯୋଗଦେଇ ମହାନ୍ ରାଷ୍ଟ୍ରଭକ୍ତ,ପ୍ରବୀଣ ଶିକ୍ଷାବିତ୍, ଜନସଂଘର ସଂସ୍ଥାପକ ଡ. ଶ୍ୟାମାପ୍ରସାଦଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ବଡ଼ଜେନା, ଅନ୍ନପୂର୍ଣ୍ଣା ପଣ୍ଡା, ହଂସ ଚରଣ ସାହୁ, କମଳ ମହାନ୍ତି, ଅଶ୍ୱିନୀ ମହାକୁଡ଼, କ୍ରିଷ୍ଣା ରାଓ, ଦଃୁଶାସନ ମୁଦୁଲି, ଗୌତମ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.