ଚୋରା କାଠ କୋଇଲା ଜବତ

ଚୌଦ୍ୱାର: ଆଠଗଡ଼ ଅଞ୍ଚଳରୁ ଚୋରା କାଠ କୋଇଲା ବୋଝେଇ କରି ଆସୁଥିବା ଏକ ପିକ୍ଅପ୍ ଭ୍ୟାନକୁ ଚୌଦ୍ୱାର ବନ ବିଭାଗ ତରଫରୁ ଜବତ କରାଯାଇଛି। ଚୌଦ୍ୱାର ବନପାଳ ମନୋରମା ହୋତା ବନ କର୍ମଚାରୀ ମାନଙ୍କ ସହିତ ମଙ୍ଗଳବାର ରାତିରେ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ୫୫ ନମ୍ବର ଜାତୀୟ ରାଜପଥର ଡିହସାହି ଗଡ଼ା ନିକଟରେ ସମ୍ମୁଖରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟନ୍କୁ ଅଟକାଇ ତଲାସି କରିବାରେ ସେଥିରେ ୪୦ ବସ୍ତା କାଠ କୋଇଲା ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ଗାଡ଼ିର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଗାଡ଼ିଟିକୁ ଜବତ କରାଯାଇ ବନ ବିଭାଗ କାର୍ଯ୍ୟାଳୟରେ ରଖା ଯାଇଛି। ବନ କର୍ମଚାରୀ ଚନ୍ଦ୍ରକାନ୍ତ ସାମଲ ଓ କୁମାର ନାରାୟଣ ମାଝୀଙ୍କ ସମେତ ସ୍କାର୍ଡ଼ ପାର୍ଟିର ସଦସ୍ୟ ମାନେ ଏହି ଚଢ଼ଉରେ ସାମିଲ ହୋଇଥିଲେ।

Comments are closed.