ଚୌଦ୍ୱାରରେ ହାତୀ ଆତଙ୍କ, ଭୟରେ କୁଜୀବର ମୁଖ୍ୟରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ

ଚୌଦ୍ୱାର: ଆଗ୍ରାହାଟ ପଞ୍ଚାୟତ କୁଜୀବର ନିକଟସ୍ଥ ଭରାଣ୍ଡୀ ହୁଡ଼ାରେ ଦୁଇଟି ଦନ୍ତା ହାତୀ ଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ହାତୀ ଭୟରେ ସ୍ଥାନୀୟ ଓଟିଏମ୍ ବଜାର – କୁଜୀବର ମୁଖ୍ୟରାସ୍ତାରେ ରବିବାର ସକାଳରୁ ଗାଡ଼ି ମଟର ଓ ଲୋକ ଯାତାୟତ ବନ୍ଦ ହୋଇ ଯାଇଛି। ଖବର ପାଇ ବନ କର୍ମଚାରୀ ଓ ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ଜଗି ରହି ହାତୀ ଦୁଇଟିକୁ ଘଉଡ଼େଇବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ସୂଚନା ଯୋଗ ଯେ ଗତବର୍ଷ ଏହି ରାସ୍ତାର ଫାସୀ ଘଛ ଉଠାଣୀ ନିକଟରେ ଏକ ଦନ୍ତା ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏବେ ସେହିସ୍ଥାନର ଅଳ୍ପ ଦୂରରେ ପୁଣି ଦୁଇଟି ଦନ୍ତା ରହିଥିବା ଖବର ପ୍ରଚାରିତ ହେବାରେ ଲୋକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଠି ହୋଇଛି। ହାତୀ ଦୁଇଟି ଚନ୍ଦକା ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଥିବା ଏବଂ ସଂଧ୍ୟାପରେ ସେମାନଙ୍କୁ ଘଉଡ଼େଇ ଦିଆଯିବ ବୋଲି ଉପସ୍ଥିତ ବନ କମର୍ଚାରୀ ମାନେ ସୂଚନା ଦେଇଛନ୍ତି।

Comments are closed.