ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଉଚ୍ଛବ ଚରଣ ଦାସଙ୍କୁ ପଦ୍ମଶ୍ରୀ ଉପାଧି

ଚୌଦ୍ୱାର : ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିଥିବା ପାରମ୍ପରିକ ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଡ. ଉଚ୍ଛବ ଚରଣ ଦାସ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଚ୍ଛବ ଚରଣ ଦାସଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯେ ଭାରତ ସରକାରଙ୍କ ତରଫରୁ ୨୦୧୯ ପାଇଁ ପଦ୍ମଶ୍ରୀ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କରୋନା ମହାମାରୀ ପାଇଁ ଏହି ସମ୍ମାନ ପ୍ରଦାନ ଉତ୍ସବକୁ ସ୍ଥଗିତ ରଖା ଯାଇଥିଲା।

ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ ପାରମ୍ପରିକ ଲୋକନୃତ୍ୟ ଚଇତି ଘୋଡ଼ା ନାଚର ସୁରକ୍ଷା ଓ ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଏହି ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛନ୍ତି । ସେ ମଧ୍ୟ ଜଣେ ଉଚ୍ଚକୋଟିର ଚଇତି ଘୋଡ଼ା ଲୋକ ସଂଗୀତର ଲେଖକ ଓ ଗାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

Comments are closed.