ଚୌଦ୍ୱାରର ବିଭିନ୍ନ ସ୍ଥାନରେ କାଳୀ ପୁଜା

ଚୌଦ୍ୱାର: ଚୌଦ୍ୱାରର ବିଭିନ୍ନ ସ୍ଥାନରେ ପବିତ୍ର ଦୀପାବଳି ଅବସରରେ ମା’ଦକ୍ଷିଣ କାଳୀଙ୍କ ପୁଜା ଅନୁଷ୍ଠିତ ହୋଇଯାଇଛି। ଥର୍ମାଲ ରୋଡ ସ୍ଥିତ ଘଡଘଡି ହୁଡା ମା’ଦକ୍ଷିଣେଶ୍ୱରୀଙ୍କର ବାର୍ଷିକ ପୂଜା ଉତ୍ସବ ଗୁରବାର ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। ମନ୍ଦିରର ପରିଚାଳକ ବିଜୟ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରୋନା କଟକଣା ଅନୁଯାୟୀ ସମସ୍ତ ପୁଜା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ଓ ତୋଫାନୀ ବାବାଙ୍କ ପରିଚାଳନାରେ କାଳୀ ପୁଜା ସମାପନ ହୋଇଥିଲା। ମା’ଶ୍ମଶାନ କାଳୀ, ବୈଦେଶ୍ୱର କାଳୀ ମନ୍ଦିର, ବିରାଟ ବଜାର ମୁଣ୍ଡା ସାହି ଆଦି ସ୍ଥାନ ମାନଙ୍କରେ ମା’ କାଳୀଙ୍କ ପୂଜା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି।

Comments are closed.