ଅସହାୟଙ୍କୁ ସହାୟତା ପ୍ରଦାନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୨ ନମ୍ବର ୱାର୍ଡ଼ ମୁସଲିମ୍ ସାହିରେ ୬ଟି କନ୍ୟା ସନ୍ତାନଙ୍କ ସହିତ ଏକ ଭଙ୍ଗା ଝୁପୁଡ଼ି ଘରେ ଅସହାୟ ଅବସ୍ଥାରେ ରହୁଥିବା ଦୀନ ମଯୁରିଆ ସେକ୍ ଜଲାଲ ଓ ତାଙ୍କ ପତ୍ନୀଙ୍କୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ସହାୟତା ପ୍ରଦାନ କରାଯାଇଛି। ସଂଗଠନର ସଭାପତି ନରୋତ୍ତମ ଦାସଙ୍କ ପରାମର୍ଶ କ୍ରମେ ସଦସ୍ୟମାନେ ଜଲାଲଙ୍କ ପତ୍ନୀ ନଜି ବୁନ୍ନିସାଙ୍କୁ ଆର୍ଥିକ ସହାୟତା ସହିତ ଭଙ୍ଗାଘର ଢ଼ାଙ୍କିବା ପାଇଁ ଜରିପାଲ ପ୍ରଦାନ କରିଥିଲେ। ଏହି ଅସହାୟ ପରିବାରକୁ ତୁରନ୍ତ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ପୌର ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ସଂଗଠନ ତରଫରୁ ପ୍ରତିଶ୍ରୁତି ଦିଆ ଯାଇଛି।

Comments are closed.