ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ, ରାଜ୍ୟପାଳଙ୍କୁ ଅତିଥି ଭାବେ ଯୋଗଦେବା ପାଇଁ କରାଯିବ ନିମନ୍ତ୍ରଣ

ଚୌଦ୍ୱାର : ମ୍ୟୁନିସିପାଲ ସରକାରୀ ହାଇସ୍କୁଲର ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସଂସଦ ସଭାପତି ଅଶୋକ କୁମାର ନାୟକଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ହୀରକ ଜୟନ୍ତୀ ସମାରୋହକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉତ୍ସବକୁ ରାଜ୍ୟପାଳଙ୍କୁ ଅତିଥିଭାବେ ନିମନ୍ତ୍ରଣ କରିବା, ସମାଜରେ ପ୍ରତିଷ୍ଠା ଲାଭ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବଦ୍ଧିତ କରିବା ଏବଂ ସ୍ମରଣିକା ଉନ୍ମୋଚନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

 

ଡ. ବିଚିତ୍ରାନନ୍ଦ ସ୍ୱାଇଁ, ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ, ଶରତ ଚନ୍ଦ୍ର ସ୍ୱାଇଁ, ଅନୀଲ କୁମାର ବଳ, ରବୀନ୍ଦ୍ର ମହାପାତ୍ର, ପଞ୍ଚାନନ ବେହେରା, ଅଜୟ କାଣ୍ଡି, ବନବିହାରୀ ଦଳାଇ, ପ୍ରଶାନ୍ତ ହୋତ୍ତା, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ପୁରାତନ ଛାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କିରଣବାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.