ମୃତ ଗାଈକୁ ଗାଡି ପଛରେ ବାନ୍ଧି ରାସ୍ତାରେ ଘୋଷାଡି ନେଲେ ଏନ୍‌ଏଚ୍ଏଆଇ ସୁପରଭାଇଜର୍‌ – ଭିଡିଓ ଭାଇରାଲ୍‌ରେ ଚାକିରି ଗଲା

ଛତ୍ରପୁର, – ହିନ୍ଦୁ ଧର୍ମରେ ଗୋମାତା କୁ ପୂଜା କରିଥାନ୍ତି | କିନ୍ତୁ ଏକ ମୃତ ଗାଈ କୁ ଗାଡି ର ପଛ ପଟେ ରଶି ସାହାଯ୍ୟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବା ଦୃଶ୍ୟ ସମସ୍ତ ଙ୍କୁ ଆଘାତ କରିଛି |

ଏହି ଘଟଣା ଗଞ୍ଜାମ ଜ଼ିଲ୍ଲା ଛତ୍ରପୁରରେ ଦେଖିବାକୁ ମିଳିଛି | ଜାତୀୟ ରାଜପଥ ରେ ଅଜଣା ଗାଡି ଧକ୍କାରେ ଏକ ଗାଈ ର ମୃତ୍ୟୁ ଘଟିଥିଲା | ପରେ ଏନଏଚଏଆଇ ର ହାଇୱେ ପାଟ୍ରୋଲିଙ୍ଗ ଗାଡି ପଛପଟେ ଏକ ଦଉଡି ରେ ଗାଈ କୁ ବାନ୍ଧି ଜାତୀୟ ରାଜପଥ ରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଥିଲା |

ଏହି ଘଟଣା କୁ ବୁଦ୍ଧି ଜୀବୀ ବଜରଙ୍ଗ ଦଳ ପକ୍ଷରୁ ବିରୋଧ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏ ସମ୍ପର୍କରେ ଭିଡିଓ ପାଇବାପରେ ଉକ୍ତ ଗାଡି ର ସୁପରଭାଇଜର ଓ ଗାଡି ଚାଳକ ଙ୍କୁ ବହିଷ୍କୃତ କରାଯାଇଛି | ଏଭଳି ପୁନରାବୃତ୍ତି ହେବନି ବୋଲି ଏନ ଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |

Comments are closed.