ଦଳିତ ବସ୍ତିର ବିିଭିନ୍ନ ବିକାଶ ଯୋଜନା କାର୍ଯ୍ୟକାରୀ ପାଇଁ ଶାନ୍ତି କମିଟି ବୈଠକ

ଚୌଦ୍ୱାର :ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଦଳିତ ବସ୍ତିର ବିିଭିନ୍ନ ବିକାଶ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ ବସ୍ତିରେ ଏକ ଶାନ୍ତି କମିଟି ଗଠନ କରାଯାଇଛି । ମା ମଙ୍ଗଳା ଶାନ୍ତି କମିଟି ନାମରେ ଗଠିତ ଏହି କମିଟିର ସଭାପତି ଭାବେ ସୁରେଶ ନାଏକ, ଉପସଭାପତି ପ୍ରକାଶ ଗୋଚ୍ଛାୟତ,ସମ୍ପାଦକ ବଳରାମ ନାଏକ, କୋଷାଧ୍ୟକ୍ଷ ମିଥୁନ୍ ନାଏକ ଓ ସହସମ୍ପାଦକ ଭାବେ କୁନା ନାଏକ ମନୋନିତ ହୋଇଥିଲେ ।ଏଥି ସହିତ କମିଟିର ଉପଦେଷ୍ଟା ଭାବେ ଗ୍ରାମର ୧୦ଜଣଙ୍କୁ ଉପଦେଷ୍ଟା ଭାବେ ଗ୍ରାମବାସୀଙ୍କ ତରଫରୁ ମନୋନିତ କରାଯାଇଥିଲା ।ପୂର୍ବତନ କାଉନସିଲର ଗିରିଧାରୀ ଦଳାଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed.