ଜୁଲାଇ ୯ରୁ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୨’ : ଇସ୍ରୋ

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୨’ ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଗୋଟିଏ ଦିନରେ ଆରମ୍ଭ ହେବ। ଇସ୍ରୋ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଛୁଇଁବ । ଇସ୍ରୋ କହିଛି ଚନ୍ଦ୍ରଯାନ-୨ ରେ ୩ଟି ମଡ୍ୟୁଲ ରହିବ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅରବିଟର, ଅନ୍ୟଟି ଲ୍ୟାଣ୍ଡର ଓ ଆଉଗୋଟିଏ ହେଉଛି ରୋଭର। ଲ୍ୟାଣ୍ଡରର ନାମ
ବିକ୍ରମ ରଖାଯାଇଥିବାବେଳେ ରୋବରର ନାମ ପ୍ରଜ୍ଞାନ ରଖାଯାଇଛି। ଚନ୍ଦ୍ରଯାନ-୨କୁ ଭାରତର ଶକ୍ତିଶାଳୀ ଜିଏସଏଲଭି-ମାର୍କ-୩ ରକେଟରେ ପଠାଯିବ।

Comments are closed.