ଚନ୍ଦ୍ରବାବୁ ନାଇଡୁଙ୍କୁ ଅଣ୍ଡା, ଚପଲ ମାଡ଼

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଉପରକୁ ଅଣ୍ଡା, ଚପଲ ଓ ଟମାଟୋ ମାଡ ହୋଇଛି। ଗୁରୁବାର ସନ୍ଧ୍ୟାରେ ନାଇଡୁ ଭାଇଜାକ ଓ ବିଜୟନଗରମ୍ ଜିଲା ଗସ୍ତରେ ଯାଇଥିବାବେଳେ ସେଠାରେ ତାଙ୍କୁ ଏପରି ଆକ୍ରମଣ କରାଯାଇଛି। ‘ପ୍ରଜା ଚୈତନ୍ୟ ଯାତ୍ରା’ ନାମରେ ନାଇଡୁ ଏହି ଗସ୍ତ କରିଥିବାବେଳେ ୱାଇଏସଆର କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ଏପରିକି ସେ ବିମାନବନ୍ଦରରୁ ବାହାରିବା ଅସମ୍ଭବ ହୋଇପଡିଥିଲା। ୱାଇଏସଆର କର୍ମୀମାନେ ତାଙ୍କୁ ବିମାନବନ୍ଦରରୁ ବାହାରିବାକୁ ଦେଇ ନଥିଲେ। ସୁରକ୍ଷା ଦୃଷ୍ଟିରୁ ପୁଲିସ ନାଇଡୁଙ୍କୁ ବିମାନବନ୍ଦର ମଧ୍ୟରେ କିଛି ସମୟ ଅଟକାଇ ରଖିଥିଲେ।

Comments are closed.