କରୋନା ଉଜାଡୁଛି ବେଉସା : ପୂଜାନନାଙ୍କ ମନୋବଳ ବଢାଇଲେ ଥାନା ଅଧିକାରୀ

ଚଣ୍ଡିଖୋଲ/ଗଡ଼ମଧୁପୁର : ଦୀର୍ଘ ଦିନର ଲକଡାଉନ ସଟଡାଉନ ଅସ୍ତବ୍ୟସ୍ତ ହେଲେଣି ସବୁବର୍ଗର ଲୋକେ। ଅନେକ ଲୋକ ସେମାନଙ୍କର କୂଳ ବେଉସା ଛାଡିବାକୁ ବାଧ୍ୟ ହୋଇଛନ୍ତି। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଚଣ୍ଡିଖୋଲ ସ୍ଥିତ ମହାବିନାୟକଙ୍କର ପୁଜାର୍ଚ୍ଚନା କରି ନିଜର ଗୁଜୁରାଣ ଚଳାଉଥିବା ପୂଜାନନା ମାନେ ଏବେ ବହୁ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଶ୍ରାବଣ ମାସରେ ଶୈବଭକ୍ତମାନେ ଜଳଲାଗି କରିଥିଲେ ସେମାନଙ୍କର ଅଣ୍ଟି ପୁରିଥାନ୍ତା। କିନ୍ତୁ କରୋନା କଟକଣା ହେତୁ ତାହା ମଧ୍ୟ ହୋଇପାରିଲା ନାହିଁ। ଏପରିସ୍ଥିତିରେ ଗତକାଲି ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ପାତିମାଙ୍କଡ ମାନଙ୍କ ପାଇଁ ଚଣା ନେଇ ଯାଇଥିବା ବେଳେ ସେମାନଙ୍କର ମନୋବଳ ଭାଙ୍ଗିଯାଇଥିବା ଅନୁଭବ କରିଥିଲେ। ଆଜି ସେହି ବ୍ରାହ୍ମଣମାନଙ୍କର ନୈତିକ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ କିଛି ଶୁଖିଲା ଖାଦ୍ୟ ସହିତ ଦକ୍ଷିଣା ଦେଇଥିଲେ। ମହାବିନାୟକଙ୍କର ସମସ୍ତ ସେବାୟତମାନେ ଉପସ୍ଥିତ ଥାଇ ଶ୍ରୀଯୁକ୍ତ ଦାସଙ୍କୁ ଧଣ୍ଡାମାଳ ଦେବା ସହିତ ଏକ ପଞ୍ଚଶାଖା ବେଲ ପତ୍ର ଉପହାର ସ୍ୱରୁପ ପ୍ରଦାନ କରି ସଂଶାରର ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ପୁରୁଷୋତ୍ତମ ପଣ୍ଡା, ନିହାର ପଣ୍ଡା, ଦୀନେଶ କୁମାର ପଣ୍ଡା, ହରିଶଙ୍କର ପଣ୍ଡା, ରାଜେଶ କୁମାର ପଣ୍ଡା, ହିମାଂଶୁ କୁମାର ପଣ୍ଡା, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଥାନାଧିକାରୀଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ବିଶ୍ୱରୁ ଖୁବ ଶୀଘ୍ର କରୋନା ଭୟ ଦୂର ହେବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Comments are closed.